Odisha Link
Bridging the Missing Links in Odisha

ବଲିଉଡରେ ଡେବ୍ୟୁ କରିବେ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା

ମୁମ୍ବାଇ: ଫ୍ୟାଶନ୍ ଦୁନିଆର ଆଗଧାଡିର ଡିଜାଇନର୍‌ ମନୀଷ ମାଲହୋତ୍ରା ବେଶ୍‌ ଜଣାଶୁଣା। ଫ୍ୟାଶନ୍ ଡିଜାଇନର୍‌ ପରେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ମନୀଷ ମାଲହୋତ୍ରା। ଖୁବ୍ ଶୀଘ୍ର କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯାଉଛନ୍ତି।

ଧର୍ମା ପ୍ରଡକ୍ସନ୍ସର ଏକ ସୂତ୍ର ହିନ୍ଦୁସ୍ତାନ ଟାଇମ୍ସକୁ କହିଛି ଯେ, “ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ ଏକ ମ୍ୟୁଜିକାଲ ଲଭ ଷ୍ଟୋରୀ। ଯାହାର କାହାଣୀ ଏବଂ ସ୍କ୍ରିପ୍ଟ ମନୀଷ ମାଲହୋତ୍ରା ଲେଖିଛନ୍ତି। ମନୀଷ ଆଗରୁ ହିଁ ପୁରା ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି ଏବଂ ଶୀଘ୍ର ଏହାର କାଷ୍ଟିଂ ଆରମ୍ଭ କରିବେ।” ୧୯୪୭ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଏକ ସଂଗୀତ ପ୍ରେମ କାହାଣୀ। ଫିଲ୍ମର ଟାଇଟଲ୍ ଏବଂ ଏହାର କାଷ୍ଟର ନାମ ଚୂଡାନ୍ତ ହୋଇନାହିଁ କିନ୍ତୁ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ।

ମନୀଷ ମଲହୋତ୍ରା ଭାରତର ଜଣେ ପ୍ରମୁଖ ଡିଜାଇନର୍ ଅଟନ୍ତି। ଫ୍ୟାଶନ ଇଣ୍ଡଷ୍ଟ୍ରିରେ ମନୀଷ ମଲହୋତ୍ରା ଏକ ବଡ ନାମ। ୩୦ ବର୍ଷ ବ୍ୟାପୀ ତାଙ୍କ କ୍ୟାରିଅରରେ ସେ ବଲିଉଡର ପ୍ରାୟ ସମସ୍ତ ପିଢ଼ି ପାଇଁ ପୋଷାକ ଡିଜାଇନ୍ କରିଛନ୍ତି। ଏହା ବ୍ୟତୀତ ମନୀଷ ୮୦୦ ରୁ ଅଧିକ ଚଳଚ୍ଚିତ୍ର ପାଇଁ ମଧ୍ୟ ପୋଷାକ ଡିଜାଇନ୍ କରିଛନ୍ତି।

Leave A Reply

Your email address will not be published.