Odisha Link
Bridging the Missing Links in Odisha

୧୧୫ କୋଟିର ଜିଏସଟି ଠକେଇର ମାମଲାର ପର୍ଦ୍ଦାଫାସ

ଭୁବନେଶ୍ବର: ରାଜ୍ୟରେ ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପସ୍ୱଙ୍କ ଟାକ୍ସ କ୍ରେଡିଟ ହାସଲ କରାଯାଇଛି।

ଅଭିଯୁକ୍ତମାନେ ଜାଲ ବିଲ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟାଙ୍କାର ଜାଲ ଆଇଟିସି ସଂଗ୍ରହ କରି ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ କିଣା ବିଲ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ଆଇଟିସି ହାତେଇ ଥିଲେ।

ଠକେଇ ଅଭିଯୋଗରେ ଗୁରୁଦୀପ ଡାଙ୍ଗ ଓ ସୁଜୟ ମୈତୀ ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ୱିଙ୍ଗ। ଗୁରୁଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂଜୟ ମୈତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି।

ତେବେ ସମାନ ଅଭିଯୋଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ୍ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନୀ।

Leave A Reply

Your email address will not be published.