Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ଭୋଟ ବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ। କାରଣ ସମସ୍ତ ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ। ଏଥିସହିତ ଜୁଲାଇ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର।

ରାଜ୍ୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ମସିହାରେ ପଞ୍ଚୟତ ନିର୍ବାଚନ ହେବାର ରହିଛି। ଏହାକୁ ନଜରରେ ରଖି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ ଆରମ୍ଭ କରିଚନତି। ଯଦି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୫୦ ସିଟ ସଂରକ୍ଷଣ କରିବା ନିୟମ ରହିଛି। ଏବଂ ଦ୍ୱିତୀୟଟି ହେଉଛି ସୀମା ପୁନଃ ନିର୍ଦ୍ଧାରଣ। କିନ୍ତୁ ଏହି ୨ଟି ପ୍ରକିୟା ଏଯାଏଁ ଆରମ୍ଭ ହୋଇଥିବାର ସଂକେତ ମିଳୁନାହିଁ। ଯାହାକୁ ଦେଖିଲେ ପଞ୍ଚାୟତ ନିର୍ବାଚନ ବିଳମ୍ବରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଏସବୁ ମଧ୍ୟରେ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର। ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ରାଜ୍ୟ ସରକାର ପଞ୍ଜାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗତ ୨୯ ତାରିଖରେ ନିର୍ବାଚନ କମିଶନରଙ୍କୁ ଜଣାଇଥିଲେ।

Leave A Reply

Your email address will not be published.