Odisha Link
Bridging the Missing Links in Odisha

ବଦଳିବ ଇତିହାସ! ହଳଦୀଘାଟରୁ ମହାରଣା ପ୍ରତାପଙ୍କ ଏହି ଫଳକ କାହିଁକି ହଟିବ ଜାଣନ୍ତୁ

ନୂଆଦିଲ୍ଲୀ: ବଦଳିବ ଇତିହାସ। ବଦଳିବ ପାଠ୍ୟ ପୁସ୍ତକରେ ଥିବା ତଥ୍ୟ। ହଳଦୀ ଘାଟ ଯୁଦ୍ଧକୁ ନେଇ ପଢ଼ାଯାଉଥିବା ବହିରେ ଉଲ୍ଲେଖ ଥିବା କିଛି ତଥ୍ୟ ଖୁବଶୀଘ୍ର ବଦଳିବାକୁ ଯାଉଛି। ଆଜି ପର୍ଯ୍ୟନ୍ତ ହଳଦୀ ଘାଟ ଯୁଦ୍ଧରେ ମହାରଣା ପ୍ରତାପଙ୍କ ସେନା ପଛକୁ ଫେରିଥିଲେ ବୋଲି ଏପର୍ଯ୍ୟନ୍ତ ଇତିହାସ ପାଠ୍ୟ ପୁସ୍ତକରେ ପଢ଼ାଯାଉଛି। କିନ୍ତୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ଏହାକୁ ବଦଳେଇବାକୁ ନେଇଛି ନିଷ୍ପତ୍ତି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଥିବା ଏକ ସ୍ମାରକରେ ଥିବା ଏକ ପଥରକୁ ହଟେଇବାକୁ ନିଷ୍ପତ୍ତି ନେଇଛି ASI।

ଯେଉଁଥିରେ ଉଲ୍ଲେଖ ରହିଛି ଯେ, ହଳଦୀ ଘାଟ ଯୁଦ୍ଧରେ ମହାରଣା ପ୍ରତାପଙ୍କ ସେନାକୁ ପଛକୁ ଫେରିବାକୁ ପଡ଼ିଥିଲା। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଇଛି ଯେ, ସ୍ମାରକର ଯେଉଁ ପଥରରେ ମହାରାଣାଙ୍କ ସେନା ପଛକୁ ଫେରିଯିବାର ଉଲ୍ଲେଖ ରହିଛି ତାକୁ ତୁରନ୍ତ ହଟାଇ ଦିଆଯାଉ। ସୂଚନାଥାଉକି, ହଳଦୀଘାଟ ଯୁଦ୍ଧ ୧୫୭୬ ମସିହା ଜୁନ୍‌ ୧୮ ତାରିଖରେ ମେବାଡ଼ର ରାଜପୁତ ମହାରାଣା ପ୍ରତାପ ଓ ମୋଗଲ ବାଦଶାହ ଅକବରଙ୍କ ମଧ୍ୟରେ ହୋଇଥିଲା।

ବିଗତ ବର୍ଷ ଗୁଡ଼ିକରେ ବିଭିନ୍ନ ନେତା ଓ ରାଜପୁତ ସଙ୍ଗଠନ ହଳଦୀ ଘାଟ ସ୍ମାରକରୁ ଏହି ଲେଖାକୁ ହଟାଇବାକୁ ଦାବି କରୁଥିଲେ। ରାଜସମନ୍ଦ ସାଂସଦ ଦିୟା କୁମାରୀ ଏନେଇ ଜୁନ୍‌ ୨୫ ତାରିଖରେ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ତ୍ରୁଟିକୁ ସୁଧାରିବାକୁ ଅନୁରୋଧ କରିଥିଲେ। ଏହାପରେ ସଂସ୍କୃତି ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଧବାଲ ସ୍ପଷ୍ଟ କରିଥିଲେ ଯେ, ASIକୁ ହଳଦୀ ଘାଟ ସ୍ମାରକକୁ ଠିକ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.