Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା। ରଏଟର୍ସର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନର ରାଜଦୂତ ଫରୀଦ ମମୁଦ ଶୁକ୍ରବାର ଦିନ ସିଦ୍ଦିକଙ୍କ ହତ୍ୟା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଫାଗାନିସ୍ତାନରେ ଚାଲିଥିବା ହିଂସାର ଫଟୋ ଉର୍ତ୍ତୋଳନ କରିବାକୁ କିଛିଦିନ ହେବ ସେ ସେଠାରେ ରହିଥିଲେ। ସିଦ୍ଦିକଙ୍କ ହତ୍ୟା କାନ୍ଦାହାର ନିକଟ ବୋଲ୍ଡକ ଅଞ୍ଚଳରେ ହୋଇଥିବା ସୂଚନା ଦିଆଯାଇଛି।

ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନରେ ଭୀଷଣ ହିଂସା ଦେଖିବାକୁ ମିଳିଛି। ଜାରି ରହିଥିବା ହିଂସାର କଭରେଜ କରିବାକୁ ସିଦ୍ଧିକ ସେଠାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ହେଲେ ସିଦ୍ଦିକଙ୍କୁ କାହିଁକି ହତ୍ୟା କରାଗଲା ତାହା ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରି ନାହିଁ। ଦିଲ୍ଲୀରେ ରହୁଥିବା ସିଦ୍ଦିକ ପ୍ରଥମେ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିବା ବେଳେ ପରେ ଫଟୋ ସାମ୍ବାଦିକତାକୁ ଆପଣାଇ ନେଇଥିଲେ।

୨୦୧୮ ରେ ସିଦ୍ଦିକ ନିଜ ସହଯୋଗୀ ଅଦନାନ୍ ଆବିଦଙ୍କ ସହ ପ୍ରଥମ ଭାରତୀୟ ଭାବେ ପୂଲଟିଜର ପୁରସ୍କାର ଜିତିଥିଲେ। ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟା ମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ।

Leave A Reply

Your email address will not be published.