Odisha Link
Bridging the Missing Links in Odisha

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ମାଡ଼ ମାରିଲା ବୋହୂ

ବଲାଙ୍ଗୀର: ଶାଶୁ ବୋହୂଙ୍କ ମଧ୍ୟରେ ମହାଭାରତ। ଶାଶୁକୁ ଘୋଷାଡ଼ି ନିସ୍ତୁକ ମାଡ଼ ମାରିଲା ବୋହୂ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ବରପାଲିପଡାରେ। ବୋହୂ ନିଜ ଶାଶୁଙ୍କୁ ନିସ୍ତୁକ ମାଡ଼ମାରୁଥିବାର ଭିଡିଓ ଏବେ ଭାଇରାଲ।

ସୂଚନା ମୁତାବକ, ବରପାଲି ପଡାର ସାବିତ୍ରୀ ରାଉତଙ୍କ, ଦୁଇ ପୁଅ। ବଡ଼ପୁଅଙ୍କର ମୃତ୍ୟୁ ହେବା ପରେ ବଡ଼ବୋହୂ ମଂଜୁଲତା ରାଉତ, ଶାଶୁ ସାବିତ୍ରୀ ଏବଂ ଦିଅରଙ୍କୁ ନିଜ ଘରୁ କାଢିଦେଇଛନ୍ତି। ଏବେ ମା ପୁଅ ବରପାଲିପଡାର ଝିଅ ଘରେ ରହୁଛନ୍ତି। ଆଜି ନିଜ ଘରେ ରହିଯାଇଥିବା କିଛି ଜିନିଷ ଆଣିବା ପାଇଁ ଯାଇଥିଲେ ଶାଶୁ ସାବିତ୍ରୀ ଏହି ସମୟରେ ହଠାତ ମଂଜୁଲତା ନିଜ ଶାଶୁଙ୍କ ଉପରେ ଆକ୍ରମଣ କରିଥିଲେ।

ଏଥିସହ ମଂଜୁଲତା କିଛି ସହଯୋଗୀ ମହିଳାଙ୍କୁ ଗୁଣ୍ଡା ଭାବରେ ଆଣି ଶାଶୁ ସାବିତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଟାଉନଥାନାରେ ବୋହୂର ନିର୍ଯ୍ୟାତନା ବିରୋଧରେ ଅଭିଯୋଗ କରିବା ପାଇଁ ସାବିତ୍ରୀ ଆସିଥିବା ବେଳେ ପୁଲିସ ମାମଲା ରଖିନଥିବା ଅଭିଯୋଗ ହୋଇଛି। ତେଣୁ ସାବିତ୍ରୀ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।