Odisha Link
Bridging the Missing Links in Odisha

ଆଜିଠୁ ସ୍ୱାଭାବିକ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ। ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର ସବୁ ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଛି। କରୋନା ଗାଇଡଲାଇନ ସହ ଯାତ୍ରୀ ପରିବହନ ସେବା ଆରମ୍ଭ ହୋଇଛି। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବସରେ ନୋ ମାସ୍କ ନୋ ଏଣ୍ଟ୍ରି କରାଯାଇଛି।

ବସରେ ଯେତିକି ସିଟ୍ ରହିଛି ସେତିକି ଯାତ୍ରୀ ଯାତ୍ରା କରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ। ସକାଳୁ ସକାଳୁ ଅର୍ଡିନାରି ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ନାଇଟକୋଚ୍ ଚଳାଚଳ ଆରମ୍ଭ କରିବ। ସରକାରଙ୍କ କଟକଣା ସହ ଘରୋଇ ଏବଂ ସରକାରୀ ବସ ସମେତ ଭୁବନେଶ୍ୱରରେ ମୋବସ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି।

ସରକାରଙ୍କ ଅନୁମତି ପରେ ବସ ଚଳାଚଳ ନେଇ ଘରୋଇ ବସ ମାଲିକ ସଂଘ ବସ ଚଳାଇବା ନେଇ ମନା କରିଥିଲେ। ଶନିବାର ଦିନ ଏନେଇ ପରିବହନ ମନ୍ତ୍ରୀ, ସଚିବ, କମିଶନର ଓ ଫାଇନାନ୍ସ ସେକ୍ରେଟାରୀ ଙ୍କ ସହ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆଜିଠୁ ବସ ଚଳାଚଳ ପାଇଁ ନିଷ୍ପତି ନେଇଥିଲା ମାଲିକ ସଂଘ।