Odisha Link
Bridging the Missing Links in Odisha

ଚାଲିଗଲା ଆଉ ୬୭ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁ ମଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୯୪୮ ନୂଆ କରୋନା ସଂକ୍ରମିତ। ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ରହିଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୮ ଜଣ ରହିଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ୭, ନବରଙ୍ଗପୁର ଜିଲ୍ଲାରୁ ୬ଜଣଙ୍କର ପ୍ରାଣ ଚାଲିଯାଇଥିାବ ବେଳେ ଅନୁଗୁଳ, ପୁରୀ, ରାୟଗଡ଼ା ଜିଲ୍ଲାରୁ ୫ଜଣ ଲେଖାଏଁଙ୍କ ଜୀବନ ଚାଲି ଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରୁ ୪ଜଣ ରହିଛନ୍ତି। ଏଥସହିତ କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯,୬୧,୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯,୬୨୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯,୩୬,୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୫,୩୦୮ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି ।

Leave A Reply

Your email address will not be published.