Odisha Link
Bridging the Missing Links in Odisha

ଆଜି ନୀଳାଦ୍ରି ବିଜେ, ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିବେ ମଣିମା

ପୁରୀ: ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’। ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ। ଶ୍ରୀମନ୍ଦିର ରତ୍ନବେଦିରେ ଉଭା ହେବେ ଶ୍ରୀବିଗ୍ରହ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ। ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ। ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ। ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିବେ।

ମହାପ୍ରଭୁ ଚାରମାଳରେ ପହଞ୍ଚିିବାକ୍ଷଣି ଶ୍ରୀଜଗନ୍ନାଥଙ୍କ ଓ ମା’ଲକ୍ଷ୍ମୀଙ୍କ ଭେଟ ହେବ। ରଥ ଉପରେ ମହାପ୍ରଭୁ, ଭେଟ ମଣ୍ଡପରେ ମା’ଲକ୍ଷ୍ମୀ ସାଆନ୍ତାଣୀ। ଏହାପରେ ମହାପ୍ରଭୁଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ। ଉଭୟପକ୍ଷର ସେବକମାନଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ପତ୍ନୀଙ୍କୁ ରସଗୋଲା ଦେଇ ଠାକୁରେ ଭିତରକୁ ଯିବେ।

Leave A Reply

Your email address will not be published.