Odisha Link
Bridging the Missing Links in Odisha

ଉଦ୍‌ଘାଟନ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଉଦ୍‌ଘାଟନ ହେଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ରଙ୍ଗୀନ ଆଲୋକରେ ଝଲସି ଉଠିଲା ଜାପାନ ନ୍ୟାସନାଲ ଷ୍ଟାଡିୟମ। ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି। ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା ଦେଇଛି ଟୋକିଓ ଅଲିମ୍ପିକ୍ସ।

ମହାମାରୀ ପ୍ରଭାବିତ କ୍ରୀଡ଼ା ବିନା ଦର୍ଶକରେ ଆୟୋଜିତ ହୋଇଛି। ଦର୍ଶକ କେବଳ ଟିଭି ପରଦାରେ ହିଁ ଉତ୍ସବକୁ ଦେଖି ପାରିବେ। ଟୋକିଓରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ସରକାର ରାଜଧାନୀରେ ଆସନ୍ତା ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଜରୁରୀ ସ୍ଥିତି ଜାରି କରିଛନ୍ତି। ଆୟୋଜକ, ପ୍ରାୟୋଜକ, ବୈଦେଶିକ କୂଟନୈତିଜ୍ଞ, ବିଦେଶୀ ମାନ୍ୟଗଣ୍ୟ ଅତିଥି ଏଭଳି ମାତ୍ର ୧୦,୦୦୦ ଭିଆଇପି ଷ୍ଟାଡିୟମରେ ବସି ଉଦ୍‌ଘାଟନୀ ଉତ୍ସବ ଦେଖିବାର ବ୍ୟବସ୍ଥା ହୋଇଛି।

ଭାରତୀୟ ଦଳର ମାତ୍ର ୨୦ ଜଣ କ୍ରୀଡ଼ାବିତ ଓ ୬ ଜଣ ଅଫିସିଆଲ ଉତ୍ସବରେ ସାମିଲ ହୋିଛନ୍ତି। ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ହିଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆୟୋଜକ ଦେଶ ସର୍ବଦା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବା ସହ ନିଜର ଜାତୀୟ ଅସ୍ମିତାକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପାଇଥାନ୍ତି

Leave A Reply

Your email address will not be published.