Odisha Link
Bridging the Missing Links in Odisha

ଶିଳ୍ପା ସେଟ୍ଟୀଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଚଢ଼ାଉ

ମୁମ୍ବାଇ: ଅଶ୍ଳିଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପରେ ପରେ ଏବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଞ୍ଚିଛି। ରାଜକୁନ୍ଦ୍ରାଙ୍କ କମ୍ପାନୀ ବିଆନରେ ଶିଳ୍ପା ସେଟ୍ଟୀ ବି ନିର୍ଦ୍ଦେଶକ ରହିଛନ୍ତି। କିଛି ସମୟ ପୂର୍ବରୁ ଅନେ୍ଧରୀ ସ୍ଥିତ ବିଆନ କମ୍ପାନୀରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି। ଏଥିରେ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଶ୍ଳିଳ ଭିଡିଓ ନିର୍ମାଣ କରିବା ଅଭିଯୋଗରେ ଜୁଲାଇ ୧୯ ତାରିଖରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ୍ କରାଯାଇଥିଲା। ଏହାପରେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ପଚରା ଉଚରା ପାଇଁ ରିମାଣ୍ଡରେ ନିଆଯାଇଥିଲା। ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.