Odisha Link
Bridging the Missing Links in Odisha

କୋଭିଡ କଟକଣାରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ। ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରିବେ ବୋଲି ସୂଚନା ରହିଛି। ଏନେଇ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିପି ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

କୋଭିଡ୍‌ ଯୋଗୁ ସ୍ୱଳ୍ପ ଅତିଥି, କୋଭିଡ୍‌ ଯୋଦ୍ଧା, ଅଧିକାରୀ, କର୍ମଚାରୀଙ୍କୁ ନେଇ ପାଳନ ହେବ। ଆର୍‌ଡିସି ଜୋନ, ଜିଲ୍ଲା, ବ୍ଲକସ୍ତରରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଗଣମାଧ୍ୟମରେ ସମାରୋହର ସିଧା ପ୍ରସାରଣ ଦେଖିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କମନ୍‌ ଫିଡ୍‌ ପ୍ରଦାନ କରାଯିବ। ବୈଠକରେ ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।