ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡ଼ା
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡ଼ା। ନିକଟରେ ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ାଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ ବୋଲି କୁହାଯାଉଥିଲା। ଘୋଡ଼ାକୁ ହଟାଇବା ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା। ବିଭିନ୍ନ ଦଳୀୟ ମହଲରୁ ଅସନ୍ତୋଷ ଦେଖାଦେଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ, ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ସ୍ଥାପିତ ଘୋଡ଼ା ହଟିବା ଆବଶ୍ୟକ ପଡୁଛି। ଏକଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଡିଜାଇନ ପରିବର୍ତ୍ତନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଘୋଡ଼ା ହଟିବନି ବୋଲି କହିଛନ୍ତି।
ଓଡ଼ିଶାର ଅସ୍ମିତା ସହ ଖେଳାଯାଇପାରିବ ନାହିଁ। ଆକର୍ଷଣୀୟ ହେବ ଘୋଡା ଚାରିପାଖ। ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡା ନହଟାଇବାକୁ ସ୍ଥିର ହୋଇଛି। ଏହାରି ଭିତରେ ଏକ ଟିମ୍ ଘୋଡା ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଗୋଡ଼ାରେ କିଛି ଫାଟ ଥିବା ଜଣାପଡିଛି। ଏ ସବୁର ମରାମତି କରାଯିବ। ମୂଳ କାରିଗର ନଥିବାରୁ କୁଶଳୀ କାରିଗରଙ୍କୁ ଆଣି ମୂର୍ତ୍ତି ମରାମତି ଦାୟିତ୍ୱ ଦିଆଯିବ।