Odisha Link
Bridging the Missing Links in Odisha

୪ ଖେଳାଳି କଲେ ଟି-୨୦ ଡେବ୍ୟୁ, ୬ ବୋଲର ସହ ମଇଦାନକୁ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଦ୍ବିତୀୟ ଟି-୨୦ ମ୍ୟାଚ୍। ଶ୍ରୀଲଙ୍କା ଦଳ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଏଥିସହିତ ଟିମ୍‌ ଇଣ୍ଡିଆ ୪ ଖେଳାଳି ଟି-୨୦ ଡେବ୍ୟୁ କରିଛନ୍ତି।

ଋତୁରାଜ ଗାଏକଓ୍ବାଡ, ଦେବଦତ୍ତ ପାଡ଼ିକଲ, ନିତିଶ ରାଣା, ଚେତନ ସକାରିଆ ଆଜି ଟି-୨୦ରେ ପଦାପର୍ପଣ କରିଛନ୍ତି। ସିରିଜରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଦ୍ବିତୀୟ ଟି-୨୦ରେ ୫ ଜଣ ବ୍ୟାଟସମ୍ୟାନଙ୍କ ସହ ପଡ଼ିଆ ଓହ୍ଲାଇବାକୁ ଥିବାବେଳେ ୬ ଜଣ ବୋଲରଙ୍କୁ ଦଳରେ ସାମିଲ କରିଛି ଟିମ୍‌ ମ୍ୟାନେଜମଣ୍ଟ।

ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସାତ ଦିନ ପୃଥକବାସରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସାତ ଅନ୍ୟ ଖେଳାଳି ପୃଥ୍ଵୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କୃଷ୍ଣପ୍ପା ଗୌତମ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ।

ଭାରତୀୟ ଦଳ: ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ରାହୁଲ ଚହର, ନବଦୀପ ସାଇନି, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ।

Leave A Reply

Your email address will not be published.