Odisha Link
Bridging the Missing Links in Odisha

ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର: ଟିକା ନେଇ ଆସିଲା ଶିଶୁ ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଗ୍ରାମର ମହେଶ୍ବର ଦାସଙ୍କର ୨ ମାସର ଝିଅ ବୁଧବାର ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧ଟା ୩୦ ବେଳକୁ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ୍, ପେଣ୍ଟାଭାଇରସ୍ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ।

ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା। ତାପରେ ସନ୍ଧ୍ୟା ବେଳକୁ ଉଠାଇଲା ବେଳକୁ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ଆଶା ଦିଦିକୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାରଲୋକେ ଦାବି କରୁଛନ୍ତି। ଶିଶୁର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।