Odisha Link
Bridging the Missing Links in Odisha

ଜାପାନରେ ଜରୁରୀକାଳୀନ ସ୍ଥିତି ଲାଗୁ

ଟୋକିଓ: ଜାପାନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଜାପାନ ସରକାର ୩୧ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ଏହି ଜରୁରୀକାଳୀନ ସ୍ଥିତି ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ।

ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି।

ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ୍ ହୋଇଛି। ଅଗଷ୍ଟ ୩୧ ତାରିଖରୁ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭାରେ ଏମରଜେନ୍ସି ଲାଗୁ ନେଇ ସୂଚନା ଦିଆଯାଇଛି। ଟୋକିଓ ଓ ଓକିନାଭୋରେ ଆଗରୁ ଏମରଜେନ୍ସି ଲାଗୁ ହୋଇଥିଲା। ଯାହା ଅଗଷ୍ଟ ୨୨ ତାରିଖରେ ଶେଷ ହେବାର ଥିଲା। ରେକର୍ଡ ସ୍ତରରେ କରୋନା ସଂକ୍ରମଣ ଜାପାନୀ ମିଡିଆ ଏନଏଚକେ ୱାର୍ଲ୍ଡ ଅନୁସାରେ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ଘୋଷଣା କରିଛନ୍ତି।

Leave A Reply

Your email address will not be published.