Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ ହାରିଗଲେ ସିନ୍ଧୁ, ତଥାପି ମଉଳିନି ପଦକ ଆଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପିଭି ସିନ୍ଧୁ ପରାଜିତ ହୋଇଛନ୍ତି। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ।

ଆଜିର ସେମି ଫାଇନାଲ ମୁକାବିଲାରେ ସିନ୍ଧୁ ଜବରଦସ୍ତ ଆରମ୍ଭ କରିଥିଲେ। ପ୍ରଥମ ସେଟ୍‌ର ଫାଷ୍ଟ ହାଫକୁ ୧୧-୮ରେ ଜିତି ନେଇଥିଲେ। କିନ୍ତୁ ସେଟ୍‌ର ବ୍ରେକ ପରେ ତାଇ ଜୁ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ସିନ୍ଧୁ ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ଏହି ସେଟ୍‌କୁ ତାଇ ୨୧-୧୮ରେ ବାଜିମାରି ନେଇଥିଲେ।

 ଦ୍ୱିତୀୟ ସେଟ୍‌ର ପ୍ରଥମ ବ୍ରେକ ପଏଣ୍ଟକୁ ତାଇ ଜୁ ୧୧-୭ରେ ଜିତି ନେଇଥିଲେ। ବ୍ରେକ ପରେ ସିନ୍ଧୁ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଇ ଜୁ ନିଜ ଅଭିଜ୍ଞତାର ପ୍ରଦର୍ଶନ କରି ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ଲିଡ୍‌କୁ ଆଗକୁ ବଢ଼ାଇ ଦେଇଥିଲେ। ଶେଷରେ ସେ ଏହି ସେଟ୍‌କୁ ୨୧-୧୨ରେ ଜିତି ନେଲେ।

ସିନ୍ଧୁ ସେମିରେ ହାରି ଯାଇଥିଲେ ହେଁ ତଥାପି ପଦକ ଆଶା ମଉଳିନାହିଁ। ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ଆସନ୍ତାକାଲି ସେ ଏହି ପଦକ ଜିତିବା ପାଇଁ ଚାଇନାର ହେ ବିଙ୍ଗଜିଆଓଙ୍କ ସହ ଲଢ଼େଇ କରିବେ। ଯଦି ସେ ଏହି ମ୍ୟାଚ୍‌ରେ ଜିତିବେ, ତା’ହେଲେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇଥର ପଦକ ଜିତିବାର ରେକର୍ଡ ସୃଷ୍ଟି କରିବେ।

Leave A Reply

Your email address will not be published.