Odisha Link
Bridging the Missing Links in Odisha

ଟିକା ନନେଇଥିଲେ ହଲ୍, ମଲ୍, ରେଷ୍ଟୁରାଣ୍ଟ ମନା

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ। ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ। ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ ଓ ମଲ ଯାଉଥିବା ଲୋକଙ୍କ ଟିକା ପ୍ରମାଣପତ୍ର ଜରୁରୀ। ଏଥିପାଇଁ କରୋନା ଗାଇଡ୍‌ଲାଇନ୍‌ ବାଧ୍ୟତା ମୂଳକ କରାଯାଇଛି।

ନୂଆ ଗାଇଡଲାଇନରେ କଟକଣାକୁ କୋହଳ କରାଯାଇଥିବା ବେଳେ ଟୀକାକରଣକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଯେଉଁମାନେ ଏଯାଏଁ ଟୀକା ନେଇନାହାନ୍ତି ସେମାନଙ୍କୁ ସିନେମା ହଲ୍, ସପିଂ ମଲ୍ ଏବଂ କୌଣସି ରେସ୍ତୋରାଁ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ।

ସେହିପରି ଅଗଷ୍ଟ ମାସ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧ ତାରିଖରୁ ସନ୍ଧ୍ୟା ୫ ପରିବର୍ତ୍ତେ ଏଣିକି ରାତି ୮ଟା ଯାଏଁ ଖୋଲିପାରିବ ଦୋକାନବଜାର। ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ସେହିପରି କେବଳ ଭୁବନେଶ୍ୱର, କଟକ ଏବଂ ପୁରୀ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ୍।

Leave A Reply

Your email address will not be published.