Odisha Link
Bridging the Missing Links in Odisha

‘କଣ୍ଡୋମ’ ବ୍ୟବହାର କରି ସ୍ବର୍ଣ୍ଣ ପଦକ ଜିତିଲେ ଖେଳାଳି

ଟୋକିଓ: ଟୋକିଓରେ ଚାଲିଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଟୋକିଓରେ ଦେଖିବାକୁ ମିଳୁଛି ଜୋରଦାର ଟକ୍କର। କିଏ ପଦକ ହାତେଇ ଖୁସି ମନାଉଛି ତ ଆଉ କିଏ ନିରାଶ ହୋଇ ସ୍ବଦେଶ ଫେରୁଛି। ଆଉ କିଏ ପଦକ ନ ଜିତି ବି ସମସ୍ତଙ୍କ ମନ ଜିଣି ଚର୍ଚ୍ଚାରେ ରହୁଛନ୍ତି। କେବଳ ସେତିକି ନୁହେଁ ସବୁ ମ୍ୟାଚରେ କିଛି ନା କିଛି ନୂଆ ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସୁଛି। ଯାହା ଆପଣମାନେ ଶୁଣିଲେ ବି ତାଜୁବ ହୋଇଯିବେ। ଏବେ ଏପରି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିୟ।

ଅଷ୍ଟ୍ରେଲିଆର ଜେସିକା ଫକ୍ସ ନିକଟରେ ସି-୧ କାନୋଇ ସ୍ଲେଲମ୍ ବା ବୋଟିଂରେ ସ୍ବର୍ଣ୍ଣ ପଦକ ହାତେଇଥିବା ବେଳେ କେ-୧ କାନୋଇ ସ୍ଲେଲମ୍ ବା ବୋଟିଂରେ କାଂସ୍ୟ ପଦକ ହାତେଇଛନ୍ତି ସେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଜେସିକା କଣ୍ଡୋମକୁ ଧନ୍ୟବାଦ ଦେଇଛନ୍ତି। କଣ୍ଡୋମର ସହଯୋଗ ବଳରେ ପଦକ ଜିତିବାରେ ସଫଳ ହୋଇଛଇ ବୋଲି ସେ ମଧ୍ୟ କହିଛନ୍ତି।

ସେ ନିକଟରେ ଏକ ଭିଡିଓ ଟିକଟକରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କଣ୍ଡୋମ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସହ ସେ ଲେଖିଥିଲେ ଯେ, କଣ୍ଡୋମ ଡଙ୍ଗାରେ ବ୍ୟବହୃତ ବାୟକ କାତକୁ ମରାମତି କରିବାରେ ସଫଳ ହୁଏ। ଆହୁଲା ହାତରୁ ନଖସିବା ପାଇଁ ଏହାର ବ୍ୟବହାର କରାଯାଏ। ଏଥିପାଇଁ କଣ୍ଡୋମ ବ୍ୟବହାର କରିଥିଲି ବେଲି ସେ କହିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ସର୍ବପ୍ରଥମେ ବେସିନରେ କାର୍ବନ ମିଶ୍ରଣ ଲଗାଉଛନ୍ତି। ପରେ ମିଶ୍ରଣକୁ ସୁରକ୍ଷିତ କରିବାକୁ କଣ୍ଡୋମର ଉପଯୋଗ କରୁଛନ୍ତି। ଜେସିକା ଆହୁରି ଲେଖିଥିଲେ ୟେ, ଏହା କାର୍ବନକୁ ଆହୁରି ଚିକ୍କଣ କରିଥାଏ। ଯାହା କାୟକରେ ବ୍ୟବହାର ହୁଏ।

Leave A Reply

Your email address will not be published.