Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଦୁଇଟି ୱେବସାଇଟ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ଦେଖି ପାରିବେ। ଚଳିତ ବର୍ଷ କରୋନା କଟକଣା କାରଣରୁ ପରୀକ୍ଷା ବାତିଲ କରାଯାଇଥିବା ବେଳେ ବିକଳ୍ପ ମୂଲ୍ୟାୟନ କରିଛି ସିବିଏସ୍‌ଇ।

ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ମଧ୍ୟ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଏହାସହ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି । ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ। COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ। ୧୦ମ ପରୀକ୍ଷା ପାଇଁ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ।

Leave A Reply

Your email address will not be published.