Odisha Link
Bridging the Missing Links in Odisha

କାଲିଠୁ ଖୋଲିବ କଟକର ସବୁ ଧର୍ମାନୁଷ୍ଠାନ

କଟକ: କରୋନା କଟକଣା କୋହଳ ହେଇଥିବା ବେଳେ ଆସନ୍ତା କାଲିଠାରୁ କଟକ ଜିଲ୍ଲାରେ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ। କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମାନୁଷ୍ଠାନ ଖୋଲିବା ସହ କୋଭିଡ୍ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି।

ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ତେବେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ, ସେନେଇ ସିଏମସି ନିଷ୍ପତ୍ତି ନେବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.