Odisha Link
Bridging the Missing Links in Odisha

ରାଜ୍ୟସଭାରେ ହଙ୍ଗାମା: ଟିଏମ୍‌ସିର ୬ ସାଂସଦ ନିଲମ୍ୱିତ

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋହାଲ୍ଲାକୁ ନେଇ ୬ ସାଂସଦ ନିଲମ୍ୱିତ। ସଂସଦରୁ ୬ ତୃଣମୂଳ କଂଗ୍ରେସ ସାଂସଦଙ୍କୁ ନିଲମ୍ୱିତ କରିଛନ୍ତି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ। ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି ।

୬ ଟିଏମ୍‌ସି ସାଂସଦ ଅର୍ପିତା ଘୋଷ, ଡୋଲା ସେନ୍, ମୌସୁମୀ ନୁର, ନଦିମୁଲ ହକ୍, ଅଧିରଞ୍ଜନ ବିଶ୍ୱାସ, ଶାସ୍ତା ଛେତ୍ରୀ ଦିନକ ପାଇଁ ଗୃହରୁ ନିଲମ୍ୱିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ପେଗାସସ୍ ଭାଇରସ ପାଇଁ ସଂସଦରେ ଅଚଳାବସ୍ଥା ଜାରି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ହଟ୍ଟଗୋଳ ପରେ ଉଭୟ ଗୃହକୁ ମୁଲତବି କରିଦିଆଯାଇଛି। ହୋ ହାଲ୍ଲା ଓ ନାରାବାଜି ଫଳରେ ଗୃହ ମୁଲତବି କରିଛନ୍ତି ବାଚସ୍ପତି। ଉଭୟ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଜାସୁସୀକାଣ୍ଡର ତଦନ୍ତ ଜିଦ୍ରେ ଅଟଳ ବିରୋଧୀ ଅଟଳ ଥିବା ବେଳେ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଯୋଗୁ ହୋଇପାରୁନି ଆଲୋଚନା। ୨ ସପ୍ତାହରେ ମାତ୍ର ୧୮ ଘଣ୍ଟା ଚାଲିଥିଲା ଗୃହ। ତେବେ ତୃତୀୟ ସପ୍ତାହରେ ବି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରିନି। ଗୃହକାର୍ଯ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୧୩୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି।

Leave A Reply

Your email address will not be published.