Odisha Link
Bridging the Missing Links in Odisha

ଆଜିଠୁ ଖୋଲିବ ସିନେମା ହଲ

ଭୁବନେଶ୍ୱର: ଅଗଷ୍ଟ ମାସ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍ ମୁତାବକ ସନେମା ହଲ୍ ସବୁ ଖୋଲିବାକୁ ଅନୁମିତି ମିଳିଛି। ସିଙ୍ଗଲ୍‌ ସ୍କ୍ରିନ୍‌ ପ୍ରେକ୍ଷାଳୟରେ ୫୦% ଦର୍ଶକଙ୍କୁ ନେଇ ଚାଲିବ ଶୋ। ଏଥିପାଇଁ ହଲ୍‌ ମାଲିକମାନେ ସବୁ ପ୍ରସ୍ତୁତି କରିଛନ୍ତି। ୫୦% ଦର୍ଶକରେ ହଲ୍‌ଗୁଡ଼ିକ ଚାଲିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି,ସୁରକ୍ଷା ଦୃଷ୍ଟିରୁ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ମଧ୍ୟ ରହିଛି।

ସିନେମା ହଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଯିବ। ଏଥିସହ ହାତକୁ ସାନିଟାଇଜ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ହଲ୍‌ ପକ୍ଷରୁ ୪ଟି ଶୋ’ଧାର୍ଯ୍ୟ କରାଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶୋ’ଚାଲିବ ।