Odisha Link
Bridging the Missing Links in Odisha

ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ବେଳର ଭିଡିଓ ଭାଇରାଲ୍ କଲା ସ୍ୱାମୀ

ଭୁବନେଶ୍ୱର: ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା।” ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋଶାଲ ମିଡିଆ ହ୍ୟାକ୍ କରି ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି। ଏନେଇ ସେ ଜୁଲାଇ ୨ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏବେ ପୁଲିସ କମିଶନରଙ୍କୁ ଭେଟି ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂପୃକ୍ତ ମହିଳା।

ମହିଳା ଜଣକ କହିଛନ୍ତି ଯେ, ବିବାହ ପୂର୍ବରୁ ସ୍ୱାମୀଙ୍କ ଘର ଲୋକ ଯୌତୁକ କଥା ଆଦୌ ଉଠାଇ ନଥିଲେ। କିନ୍ତୁ ବିବାହ ପରେ ଚତୁର୍ଥୀ ଦିନ ତାଙ୍କୁ ମାରପିଟ୍ କରାଯାଇଥିଲା। ବିବାହକୁ ୬ ମାସ ହୋଇଥିବା ବେଳେ ଏହି ଦିନ ମାନଙ୍କରେ ତାଙ୍କ ଉପରେ ଅନେକ ଅତ୍ୟାଚାର କରାଯାଇଛି। ୨୦୨୦ ଡିସେମ୍ବର ମାସ ୧୦ ତାରିଖରେ ସେମାନଙ୍କ ବିବାହ ହୋଇଥିଲା।

ଶାଶୁଘର ଲୋକ ଯୌତୁକ ନିର୍ଯ୍ୟାତନା ଦେଉଥିବାରୁ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ। ତେବେ ଶାଶୁ ଘର ବାଙ୍କୀ ତୁଳସୀପୁର ହୋଇଥିବା ବେଳେ ସେ ସେଠାକାର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଏହାପରେ ସେ ପୋଲିସ୍ ସହାୟତାରେ ସ୍ୱାମୀଙ୍କ ଘରକୁ ଗଲା ବେଳକୁ ତାଙ୍କ ପରିବାର ଲୋକ ସମସ୍ତେ ରାଞ୍ଚି ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା।

ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କ ଶାଶୁ ଘରେ ରଖିଥିବା ସବୁ ସାର୍ଟିଫିକେଟ୍ ଏବଂ ପିଏଫ୍ ଟଙ୍କା ରଖିଥିବା ବେଳେ ଏବେ ତାଙ୍କ ଶାଶୁ ଘର ଲୋକ ସେସବୁ ଘରେ ନଥିବା କହିଛନ୍ତି। ଅନ୍ୟପଟେ ଏନେଇ ବାରମ୍ବାର ପୋଲିସ୍ ଷ୍ଟେସନ୍ର ଦ୍ୱାରସ୍ଥ ହେଲେଣି କିନ୍ତୁ ଏନେଇ କୌଣସି ଆକ୍ସନ୍ ନିଆଯାଉନଥିବା ସେ ଗଣମାଧ୍ୟମ ସାମନାରେ କହିଛନ୍ତି। ଆଉ ସେ ଦାବି କରିଛନ୍ତି ଯେ, ଭିଡିଓ ଭାଇରାଲ୍ ଏବଂ ଯୌତୁକ ନିର୍ଯ୍ୟାତନା ମାମଲାକୁ ନେଇ ସ୍ୱୀମୀ ଓ ତାଙ୍କ ପରିବାର ଉପରେ କେସ୍ କରାଯାଉ ଏବଂ ତାଙ୍କ ସ୍ୱାମୀକୁ ଗିରଫ କରାଯାଉ।

Leave A Reply

Your email address will not be published.