Odisha Link
Bridging the Missing Links in Odisha

ଫସାଇଦେଲା ଫେସବୁକ୍ ଝିଅ, ଦେହ ଦେଖାଇ ବ୍ଲାକମେଲ୍

କଟକ: ଫେସବୁକ୍‌ରୁ ବନ୍ଧୁତା। ପରେ ନମ୍ବର ଦିଆନିଆ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ’ଣ ଗପସପ। ଭିଡିଓ କଲରେବି ଭାବ ଦିଆଦିଆ। ପ୍ରେମର ବାହାନା କରି ଯୁବକଙ୍କ ପର୍ସନାଲ ଡାଟା ହାତେଇ ନେଲେ ଯୁବତୀ। ତାପରେ ଆରମ୍ଭ ହେଲା ବ୍ଲାକ୍‌ମେଲିଂ। ଏବେ ଫୋନ ଯୋଗେ ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ ଭାଇରାଲ କରିଦେବି ଭଳି ଭଳିକିି ଭଳି କଥା କହୁଛନ୍ତି ଯୁବତୀ। ଅଜଣା ଯୁବତୀଙ୍କ ସହ ଫେସବୁକରେ ସାଙ୍ଗ ହେବା ପରେ ଅଡୁଆରେ ପଡ଼ିଛନ୍ତି ଜଣେ ଯୁବକ।

ମିଳିଥିବା ସୂଚନା ମୁତାବିକ, କଟକର ଯୁବକ ଜଣକ ଅଭିଯୋଗ କିଛନ୍ତନ୍ତି ଯେ ତାଙ୍କୁ ଏକ ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ପରେ ସେ ତାହାକୁ ଗ୍ରହଣ କରି ନେଲେ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ’ଣ ଗପସପ। ଭିଡିଓ କଲରେବି ଭାବ ଦିଆନିଆ ହୋଇଥିଲା। ପରେ ଭିଡିଓ କଲ୍ କରି ଯୁବତୀ ଜଣକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଲେ। ଆଉ ସେହି ସମୟ ରେ ସେସବୁ ରେକର୍ଡ କରି ଯୁବକ ଜଣକୁ ବ୍ଲାକ ମେଲ୍ କରିବାକୁ ଆରମ୍ଭ କରିଛନ୍ତି। ୩୦ହଜାର ଟଙ୍କା ନ ଦେଲେ ସେହି ଭିଡିଓକୁ ଭାଇରାଲ କରି ଦେବେ ବୋଲି ଯୁବକ ଙ୍କୁ ଧମକ ଦେଇଛନ୍ତି।

ଯୁବକ ଜଣକ କହିଛନ୍ତି ଯେ, ଫେସବୁକ୍‌ରେ ବନ୍ଧୁତା ପରେ ସେ ମୋର ସବୁ ଡାଟା ନେଇଗଲେ। ମୋ ଫୋନ ନମ୍ବର ନେଇ ଭିଡିଓ କଲେ କଲେ। ଭିଡିଓ କଲରେ ସେ ଉଲଗ୍ନ ହୋଇଗଲେ। କିଛି ସମୟ ଭିଡିଓ ଚଳାଇଲେ। ସେଥିରେ ସ୍କ୍ରିନସଟ ମାଧ୍ୟମରେ ମୋତେ କ୍ୟାପଚର କରିନେଲେ। ତାପରେ ହ୍ୱାଟସଆପରେ ବ୍ଲାକମେଲିଂ ଆରମ୍ଭ କଲେ। ୩୦,୦୦୦ ଟଙ୍କା ନଦେଲେ ତୁମ ଭିଡିଓ ଭାଇରାଲ କରିଦେବି ବୋଲି କହିଲେ। ଏନେଇ ଯୁବକ ଜଣକ ଏବେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦ୍ଵାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.