Odisha Link
Bridging the Missing Links in Odisha

ନନ୍ଦନକାନନ ବାଘ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ବର: ନନ୍ଦନକାନନ ବାଘ ଖୁଆଡ଼ରେ ଦେଖିବାକୁ ମିଳିଛି କୁମ୍ଭୀର। ସ୍ପନ୍ଦନ ଓ ବାସୁ ନାମକ ଦୁଇଟି କଳା ମହାବଳ ବାଘ ଖୁଆଡ଼ରେ ଚାରି ଫୁଟର ଏକ କୁମ୍ଭୀରଦେଖିବାକୁ ମିଳିଛି। କିଛିଦିନ ହେବ ଦୁଇ କଳା ମହାବଳ ବାଘ ପାଣିରେ ଗାଧୋଉ ନ ଥିଲେ। ଜନ୍ତୁ ରକ୍ଷକ ଦେଖନ୍ତି ତ ଏକ କୁମ୍ଭୀରଟି ବାଘ ଗାଧୋଉଥିବା ଖୁଆଡ଼ ପାଣିରେ ରହିଛି।

କୁମ୍ଭୀରଟିକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଜନ୍ତୁ ରକ୍ଷକ। ଖୁଆଡ଼ର ପାଣି ଶୁଖାଯାଇ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଦୁଇ ବାଘକୁ ଖୁଆଡ଼ ମଧ୍ୟରେ ଆଜି ରଖାନଯାଇ ଫିଡିଙ୍ଗ ଚାମ୍ବରରେ ରଖାଯାଇଛି।