Odisha Link
Bridging the Missing Links in Odisha

ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ: ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ। ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି। ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ହେଲେ ମନ୍ଦିର ମଧ୍ୟକୁ ଭୋଗ ନେଇ ଯାଇପାରିବେନି। ଏହାସହ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି।

ଗର୍ଭବତୀ ମହିଳା ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଅନ୍ୟପଟେ ସକାଳ ୬ଟାରୁ ସଂନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି। ଆଜି ଭୋର ୪ଟାରୁ ପହଡ଼ ଖୋଲଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା।

Leave A Reply

Your email address will not be published.