Odisha Link
Bridging the Missing Links in Odisha

ଏମ୍‌କେସିଜି କୋଭିଡ୍ ହସ୍ପିଟାଲରୁ କଏଦୀ ଫେରାର

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍ ହସ୍ପିଟାଲ-୧ରୁ ଚିକିତ୍ସାଧୀନ କଏଦୀ ଫେରାର। ବାଲିଗୁଡା ସବ୍ ଜେଲର ବିଚାରାଧୀନ କଏଦୀ ମିରତା ସିଂ ଫେରାର ହୋଇଯାଇଥିବା ଜଣାପଡିଛି। ୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ-୧ରେ ଭର୍ତ୍ତି ହୋଇଥିଲେ।

ଶନିବାର ଭୋର ୪ଟା ବେଳେ କଏଦୀ ଜଣଙ୍କ ବେଡରେ ନ ଥିବା ଦେଖିବା ପରେ ତାଙ୍କୁ ଖୋଜା ଖୋଜି କରାଯାଇଥିଲା। କିଛି ଦିନ ତଳେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲରେ ଥିଲେ ମିରତା ସିଂ।

Leave A Reply

Your email address will not be published.