Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ହିଂସା: ଟାଇଟ୍ ଡ୍ରେସ୍ ପିନ୍ଧିବାରୁ ମହିଳାଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବାରେ ଲାଗିଛି। ଏଠାରେ ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିବା ଥିବାରୁ ତାଙ୍କୁ ତାଲିବାନ୍ ଆତଙ୍କବାଦୀ ନିର୍ମମ ଭାବେ ଗୁଳିମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ତାଲିବାନ ଅଧିନରେ ଥିବା ବଲ୍‌ଖର ସମର କ୍ୱାନ୍ଦ ଗାଁରେ ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିଥିଲେ। ହେଲେ ସେ ସଂପୂର୍ଣ୍ଣ ଏକୁଟିଆ ଥିଲେ ଅର୍ଥାତ ସାଙ୍ଗରେ କୌଣସି ପୁରୁଷ ବନ୍ଧୁ ନଥିଲେ। ତେବେ ଏଥିରେ ଉତ୍‌କ୍ଷୀପ୍ତ ହୋଇ ମହିଳାଙ୍କୁ ଦେଖି ଗୁଳି କରି ହତ୍ୟା କରିଛି ତାଲିବାନ।

୨୧ବର୍ଷୀୟା ମହିଳା ନାଜାନିନ୍‌ ଘରୁ ବାହାରି ମଜାର- ଏ- ସରିଫ ଯିବା ପାଇଁ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ତେବେ ଆକ୍ରମଣ ସମୟରେ ବୁର୍ଖା ପିନ୍ଧିଥିଲେ ବୋଲି ପୋଲିସ କହିଥିବା ବେଳେ ତାଲିବାନୀ ନିୟନ୍ତ୍ରଣରେ ଥିବା ଆଫଗାନ ନାଗରିକ କହିଛନ୍ତି ଏମିତି ପୋଷାକ ପିନ୍ଧି ବାହାରିବାଙ୍କୁ ମହିଳାଙ୍କୁ ବାରଣ କରାଯାଇଛି ।

ଆଫଗାନିସ୍ତାନରେ ତାଲିବାନ୍ ନିଜ ଆଧିପତ୍ୟ ବିସ୍ତାର କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛି। ତାଲିବାନ୍ ଆତଙ୍କବାଦୀ ମହିଳାଙ୍କୁ ଅପହରଣ କରିବା ସହ ଜବରଦସ୍ତି ବିବାହ କରୁଛନ୍ତି। ଏହାସହ ଏଠାରେ ନିଯୁକ୍ତ ପୋଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ତାଙ୍କୁ ସମର୍ପି ଦେବାକୁ ମଧ୍ୟ ଘୋଷଣା କରୁଛନ୍ତି।

Leave A Reply

Your email address will not be published.