Odisha Link
Bridging the Missing Links in Odisha

ଏଣିକି ଭାରତରେ ଟିକା ନେଇ ପାରିବେ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ଏଣିକି ଟିକା ନେଇ ପାରିବେ ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି କୋଭିଡ ଟିକା ନେଇପାରିବେ ବିଦେଶୀ ନାଗରିକ। ଏଥିପାଇଁ ସେମାନେ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରି କୋଓ୍ୱିନ୍ ଆପରେ ପଞ୍ଜୀକରଣ କରିପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଏ।

ବିଦେଶୀ ନାଗରିକମାନେ କୋଓ୍ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ମାତ୍ରେ ସେମାନେ ସ୍ଲଟ ଭାରତରେ ବୁକିଂ କରିପାରିବେ। ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ।

Leave A Reply

Your email address will not be published.