Odisha Link
Bridging the Missing Links in Odisha

କଂଗ୍ରେସ ଆକାଉଣ୍ଟରେ ତାଲା ପକାଇଲା ଟ୍ବିଟର

ନୂଆଦିଲ୍ଲୀ: ଟ୍ବିଟର ଓ କଂଗ୍ରେସ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ବିଟର ଆକାଉଣ୍ଟ ପରେ ପାର୍ଟିର ଆକାଉଣ୍ଟରେ ତାଲା ପକାଇଲା ଟ୍ବିଟର। ଗୁରୁବାର ଦିନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳର ଟ୍ବିଟର ଆକାଉଣ୍ଟକୁ ଲକ୍‌ କରାଯାଇଛି। ହେଲେ ଆମେ ଆମ ଲଢ଼େଇ ଜାରି ରଖିବୁ।