Odisha Link
Bridging the Missing Links in Odisha

ଦୁଇ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା, କଙ୍କାଳ ଉଦ୍ଧାର

କଳାହାଣ୍ଡି: ଦୁଇ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା। ଗୋଆରୁ କଙ୍କାଳ ଜବତ କଲା ଧର୍ମଗଡ ପୋଲିସ। ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରିଗୁମ୍ମା ଗାଁର ଜଣେ ବିଧବା ମହିଳା ଗୁରୁବାରୀ ମାଝୀ ଓ ଜଣେ ଯୁବତୀ ଗାୟତ୍ରୀ ନାଗ ଦାଦନ ଖଟିବାକୁ ଗୋଆ ଯାଇଥିଲେ। ସେହିଠାରେ ତ୍ରିପାଳ ନାଏକ ଲୋକ ବିବାହ ପ୍ରତିଶ୍ରୁତି ଦେଇ ଉଭୟଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଏହାପରେ ଉଭୟଙ୍କ ଜନ୍ମିତ ଦୁଇ ଶିଶୁଙ୍କର ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଅଭିଯୋଗ କରିଛନ୍ତି ଉଭୟ ପୀଡିତା।

ଉଭୟ ମାଆ ଗୋଆରୁ ଫେରି ଏ ନେଇ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫେରାର ପ୍ରେମିକ ତ୍ରିପାଳ ନାଏକକୁ ଗିରଫ କରିବା ପରେ ଗୋଆରୁ ଶିଶୁର କଙ୍କାଳ ଜବତ କରିଛି।

Leave A Reply

Your email address will not be published.