Odisha Link
Bridging the Missing Links in Odisha

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଧଳା ଜହର ବ୍ୟବସାୟୀଙ୍କ କାରବାର। ଆଜି ଭୁବନେଶ୍ବରରୁ ୨୦ କେଜିରଅଫିମ ଜବତ କରାଯାଇଛି। ନାକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି।

ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ବୋଲି ଜଣା ପଡିଛି। ଏହି ସବୁ ଅଫିମକୁ ୧୬ ଚକିଆ କଣ୍ଟେନରରେ ହରିୟାଣା ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଧରି ପକାଇଥିଲା। ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି।