Odisha Link
Bridging the Missing Links in Odisha

ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳ। ଆଜି ଦିନ ୧ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। orissaresults.nic.in ୱେବସାଇଟ୍‌ରେ ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ଅଧ୍ୟକ୍ଷ ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି।

କରୋନା ମହାମାରୀ ଯାଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ବେଳେ ବିକଳ୍ପ ମୂଲ୍ୟାୟନ କରାଯାଇଛି। ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା। ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା। ଏ ନେଇ ସିଏଚ୍‌ଏସ୍‌ଇ ମଧ୍ୟ ସୁପ୍ରିମ୍‌କୋର୍ଟରେ ସମୟ ଯାଚିକା ପୂର୍ବରୁ ଦାଖଲ କରିଛି।

କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଚଳିତ ବର୍ଷ କଳାରେ ପାସ୍‌ ହାର ୯୦% ଉପରେ ରହିବ ବୋଲି ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.