Odisha Link
Bridging the Missing Links in Odisha

ଘର ଆଗରେ ପରିସ୍ରା କରିବାରୁ, ହତ୍ୟା କଲା ନାବାଳକ

ନୂଆଦିଲ୍ଲୀ: ଆପଣଙ୍କ ଛାତି ଥରାଇ ଦେବା ଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଗୋଟିଏ ଛୋଟିଆ ଘଟଣା ପାଇଁ ଜଣେ ମହିଳାଙ୍କୁ ହତ୍ୟା କଲା ନାବାଳକ। ମୃତ ମହିଳାଙ୍କର ୪ ବର୍ଷର ପିଲାଟି ପଡ଼ୋଶୀଙ୍କ ଘର ଆଗରେ ପରିସ୍ରା କରିବାରୁ ନାବାଳକ ଜଣକ ଘଟାଇଛି ବିଭତ୍ସ ହତ୍ୟାକାଣ୍ଡ। ରାଜଧାନୀ ଦିଲ୍ଲୀର ଅମନ ବିହାରରେ ଘଟିଛି ଏଭଳି ହତ୍ୟାକାଣ୍ଡ।

ମିଳିଥିବା ସୂଚନା ଅନୁସାରେ, ୪ ବର୍ଷର ଶିଶୁଟି କିଛି ଦିନ ତଳେ ପଡ଼ୋଶୀଙ୍କ ଘର ସାମ୍ନାରେ ପରିସ୍ରା କରି ଦେଇଥିଲା। ଯାହାଫଳରେ ପଡ଼ୋଶୀ ଓ ଶିଶୁଟିର ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ତେବେ ଅନ୍ୟଜଣେ ପଡ଼ୋଶୀ ଓ ସ୍ଥାନୀୟ ଦୋକାନୀମାନେ ଏହି ମାମଲାର ସମଧାନା କରିଥିଲେ। ହେଲେ ହଠାତ୍‌ ନାବାଳକ ଜଣଙ୍କ ଅଗଷ୍ଟ ୧୧ ତାରିଖରେ ଘଟାଇଥିଲା ଅଘଟଣ।

ନାବାଳକ ଜଣକ ଏକ ରେଜର ଧରି ୩୮ ବର୍ଷିୟ ସାବିତ୍ରୀଙ୍କ ଘରେ ପହଁଞ୍ଚି ଆକ୍ରମଣ କରିଥିଲେ। ନାବାଳକ ଜଣଙ୍କ ରେଜର୍‌ରେ ସାବିତ୍ରୀଙ୍କ ଶରୀରର ଏକାଧିକ ଅଂଶକୁ କାଟି ପକାଇବା ସହ ତାଙ୍କୁ ମାଡ଼ ମାରିଥିଲା। ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍‌ କହିଛି। ଘଟଣା ପରେ ପୁଲିସ୍‌ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।