Odisha Link
Bridging the Missing Links in Odisha

ଭୁବନେଶ୍ବର-ଖୋର୍ଦ୍ଧାରୁ ବିପୁଳ ପରିମାଣର ଧଳା ଜହର ଜବତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବ୍ୟବସାୟ। ରାଜ୍ୟରେ ଖୁଲମଖୁଲା ଚାଲିଛି ବ୍ରାଉନ୍ସସୁଗର ବ୍ୟବସାୟ। ପୁଲିସ୍‌ ଯେତେ କାର୍ଯ୍ୟନୁଷ୍ଠାନ ନେଲେ ମଧ୍ୟ ବେପାରେ ରୋକ୍‌ ଲଗାଇବାରେ ବିଫଳ ପୁଲିସ୍।

୨୫୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କଲା କମିଶନରେଟ ପୁଲିସ୍। ବ୍ରାଉନସୁଗାର କାରବାର ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣରେ ଧଳା ଜହର ଜବତ। ଗୁରୁବାର ସନ୍ଧ୍ୟାରେ ୧ କେଜି ୨୬୫ ଗ୍ରାମର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଏନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.