Odisha Link
Bridging the Missing Links in Odisha

ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ ବିଜେଡି ଦେବ ଟିକେଟ୍

ଭୁବନେଶ୍ୱର: ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବ ବିଜୁ ଜନତା ଦଳ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ନିର୍ବାଚନରେ ୨୭% ପଛୁଆବର୍ଗ ପ୍ରାର୍ଥୀ କରାଯିବ। ପଞ୍ଚାୟତ ନିର୍ବାଚନରେ ବିଜେଡି ୨୫ ପ୍ରତିଶତ ସଂରକ୍ଷଣ ଦେବ। ରାଜ୍ୟ ଏସଇବିସି ଆଇନ ୨୦୦୮ରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ସାମାଜିକ, ଶିକ୍ଷାଗତ ଅନଗ୍ରସରବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ପଞ୍ଚାୟତ ସହ ପରବର୍ତ୍ତୀ ନିର୍ବାଚନରେ ବିଜେଡି ୨୭% ଓବିସି ପ୍ରାର୍ଥୀ ଦେବ।

Leave A Reply

Your email address will not be published.