Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ପୁଣି ଥରେ ଜେରା ହେବେ ଡିଏଫ୍ଓ ଓ ବିଦ୍ୟାଭାରତୀ

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ର ପୋଡି ହୋଇ ମୃତ୍ୟୁବରଣ କରିଥିବା ବେଳେ ଇତି ମଧ୍ୟରେ ମୃତ୍ୟୁକୁ ମାସେ ପୁରିଛି। ଏଯାଏଁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଶନିବାର ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି।

ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚର ତଦନ୍ତ ପରିସର ଭୁକ୍ତ ହେବେ ଡିଏଫ୍ଓ ଓ ବିଦ୍ୟାଭାରତୀ। ଏତଲାରେ ଥିବା ସମସ୍ତ ନାମକୁ ପୁନର୍ବାର ଜେରାରେ ସାମିଲ କରାଯିବ। ଫଳରେ ଡିଏଫ୍ଓ ଏବଂ ରୋଷେୟାକୁ ପୁନର୍ବାର ଜେରା କରାଯିବା।

ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇସାରିଛି। ତେବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ପୁନର୍ବାର ଜେରା ହେବେ। ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏଦିଗରେ ମଧ୍ୟ ତଦନ୍ତ କରିବ।