Odisha Link
Bridging the Missing Links in Odisha

ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବେ ଆଇପିଏସ୍ ଅମିତାଭ ଠାକୁର

ଉତ୍ତରପ୍ରଦେଶ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏବେଠାରୁ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁପିର ପୂର୍ବତନ ଚର୍ଚ୍ଚିତ ଆଇପିଏସ୍ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି।

ଅମିତାଭ ଠାକୁର ତାଙ୍କ ଟ୍ୱିଟର ଯୋଗେ ଏହି ସୂଚନା ଦେବା ସହ ଲେଖିଛନ୍ତି ଯେ, ସେ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ସମସ୍ତ ସାଥୀମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏହାକୁ ନଜରରେ ରଖି ସେ କହିଛନ୍ତି, ୨୦୨୨ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ।

ସେ ଆହୁରି କହିଛନ୍ତି କି, “ଜଣାଅଛି କି ମୋତେ ଭୋଟ କମ୍ ମିଳିବ, କାରଣ ମୋ ଠାରେ ରାଜନେତାର କୌଣସି ଗୁଣ ନାହିଁ, ହେଲେ ମୁଁ ଯୋଗୀଙ୍କ ନିର୍ବାଚନୀ ଆଚାରସଂହିତା ସମ୍ପୂର୍ଣ୍ଣ ପାଳନ କରିବାକୁ ଚେଷ୍ଟା କରିବି। ”

ଆଇପିଏସ୍ ଅମିତାଭ ଠାକୁର ୧୯୯୨ ବ୍ୟାଚର ଆଇପିଏସ ଅଧିକାରୀ। ସେ ୟୁପିର ୭ ଟି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ସେ ଜଣେ କଡା ମିଜାଜର ପୋଲିସ ଅଫିସର ଭାବେ ବେସ୍ ଜଣାଶୁଣା। ଏହାସହ ସେ ନ୍ୟାସନାଲ ଆରଟିଆଇ ଫୋରମର ସଂସ୍ଥାପକ ବି ଥିଲେ।

Leave A Reply

Your email address will not be published.