Odisha Link
Bridging the Missing Links in Odisha

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ, ୪ ଆତଙ୍କୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ। ଜମ୍ମୁକାଶ୍ମୀରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରିବା ସହ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି ଭାରତୀୟ ସୁରକ୍ଷା ବଳ।

ଜମ୍ମୁକାଶ୍ମୀରରେ ୪ ଜଣ ଜୈସ ଏ ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ବିପୁଳ ଆଇଡି ବିସ୍ଫୋରକ ଜବତ କରାଯାଇଛି। ଏହି ଆତଙ୍କୀ ମାନେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ଯୋଜନା କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ପୁଲୱାମାର ପ୍ରିଚୁ ଅଞ୍ଚଳରୁ ମୁନ୍ତାଜିର ମଞ୍ଜୁର ନାମକ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ଜେରା ପରେ ଅନ୍ୟ ୩ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା। ମଞ୍ଜୁର ନିକଟାୂ ଗୋଟିଏ ପିସ୍ତଲ, ୮ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ଚାଇନିଜ୍ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା। ଏହା ସହ ଆଇଇଡି ବିସ୍ଫୋରକ ସଞ୍ଜୁକ୍ତ କରାଯାଇଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଥିଲା। ଏହି ସବୁ ସାମଗ୍ରୀ ପରିବହନରେ ବ୍ୟବହୃତ ଏକ ଟ୍ରକ ମଧ୍ୟ ସିଜ କରାଯାଇଛି।

Leave A Reply

Your email address will not be published.