Odisha Link
Bridging the Missing Links in Odisha

ଓଡ଼ିଶାର ୮୦ଜଣ ପାଇବେ ପୁଲିସ ସେବା ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଘୋଷିତ ହୋଇଛି। ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ। ଓଡ଼ିଶାର ୮୦ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ। ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବା ବେଳେ ଅତି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ।

SIW ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସ କନେଷ୍ଟବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ପଦକ ମିଳିବ। ସେପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୁଲିସ ପଦକ ମିଳିବ। କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ। ସେହିପରି ବରଗଡ଼ର ଡେପୁଟୀ ଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁରର ଡେପୁଟୀ

ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟୀ ଏସପି ସତ୍ୟବାନ ମହାନନ୍ଦ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ଏହି ପଦକ ମିଳିବ।

Leave A Reply

Your email address will not be published.