Odisha Link
Bridging the Missing Links in Odisha

ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି, କହିଲେ…

ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ। ସ୍ୱାଧୀନତା ଦିପସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସ୍ୱାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ ରାଷ୍ଟ୍ରପତି।

ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହିତ ରାଷ୍ଟ୍ରପତି କହିଛନ୍ତି, ଏହି ଦିନ ସମସ୍ତଙ୍କ ପାଇଁ ହର୍ଷ ଓ ଉଲ୍ଲାସର ଦିନ। ଚଳିତ ବର୍ଷ ସ୍ୱାଧୀନତା ଦିବସର ଏକ ବିଶେଷ ମହତ୍ୱ ରହିଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି।

ସେହିପରି ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ସଂଗ୍ରାମୀଙ୍କ ସଂଘର୍ଷ ଫଳରେ ହିଁ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଛି। ସେମାନେ ସମସ୍ତେ ତ୍ୟାଗ ଓ ବଳିଦାନର ଅନନ୍ୟ ଉଦାହରଣ ସମସ୍ତଙ୍କ ଆଗରେ ରଖିଛନ୍ତି। ରାଷ୍ଟ୍ରପତି ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହାସହ ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। ଅଲିମ୍ପିକରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ। ବାପା ମା ଝିଅଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ଉଚିତ୍। କରୋନା କାଳରେ ବ୍ରେଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଷ୍ଟ୍ରପତି। କମ୍ ସମୟରେ ଟିକା ବାହାର କରିଥିବାରୁ ମଧ୍ୟ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ  ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଖେଳାଳୀଙ୍କ ସ୍ୱାଗତ କରିଛନ୍ତି। ଏହି ଅବସରରେ ଟୋକିଓ ଅଲିମ୍ପିକରେ ପଦକ ବିଜେତାମାନେ ବି ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି ପୁରା ଦେଶ ଆମ ଅଲିମ୍ପିୟାନ୍ସକୁ ନେଇ ଗର୍ବ, ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି।

Leave A Reply

Your email address will not be published.