Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କ ଟି ପାର୍ଟିରେ ଭାରତୀୟ ଅଲିମ୍ପିକ ଟିମ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ଅଲିମ୍ପିକ ଟିମକୁ ସ୍ୱାଗତ କରିଛନ୍ତି। ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଖେଳାଳୀଙ୍କ ସ୍ୱାଗତ କରିଛନ୍ତି।

ଏହି ଅବସରରେ ଟୋକିଓ ଅଲିମ୍ପିକରେ ପଦକ ବିଜେତାମାନେ ବି ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି ପୁରା ଦେଶ ଆମ ଅଲିମ୍ପିୟାନ୍ସକୁ ନେଇ ଗର୍ବ, ସେମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଭାରତ ଏକ ସ୍ୱର୍ଣ୍ଣ ପଦକ ହାସଲ କରାଯାଇଛି। ଭାରତୀୟ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୋପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ରହିଛି।

Leave A Reply

Your email address will not be published.