Odisha Link
Bridging the Missing Links in Odisha

ଏଣିକି ଜରୁରୀକାଳୀନ ପୁଲିସ ସେବା ପାଇଁ ଡାଏଲ୍‌ କରନ୍ତୁ ୧୧୨

ଭୁବନେଶ୍ବର: ଏଣିକି ଜରୁରୀକାଳୀନ ପୁଲିସ ସେବା ପାଇଁ ୧୦୦ ବଦଳରେ ଡାଏଲ୍‌ କରନ୍ତୁ ୧୧୨। ୧୦୦ ଜରୁରୀକାଳୀନ ପୁଲିସ ସେବା ୧୧୨ରେ ମିଶ୍ରଣ ହୋଇଛି। ଫଲରେ ଜରୁରୀକାଳୀନ ପୁଲିସ ସେବା ପାଇଁ ୧୧୨ ଡାଏଲ୍‌ କରିବାକୁ ପଡିବ। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ବରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି। ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି ‘ସରାଇ’ ଆପ୍।  ଏହି ଆପ୍ ରେ ପ୍ରତିଦିନ ଗ୍ରାହକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି। ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍‌ ରେ ପଞ୍ଜୀକୃତ ହେବ। ଆଧାର କାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପ୍ ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ। ଫଳରେ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ।

 

Leave A Reply

Your email address will not be published.