Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଶିଲଂ: ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ନିଜ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃ୍ତ୍ତ। ଏନେଇ ସୂଚନା ଦେଇଛନ୍ତି ମେଘାଳୟ ପୁଲିସ୍।

ମିଳିଥିବା ସୂଚନା ମୁତାବିକ, କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ଶିଲଂଗର ଥାର୍ଡ ମାଇଲ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ନିଜ ବାସଭବନ ପରିସରକୁ ପେଟ୍ରୋଲ ଭର୍ତ୍ତି ଦୁଇଟି ବୋତଲ ଫିଙ୍ଗି ଚାଲି ଯାଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ କୌଣସି କ୍ଷତି ଘଟିନାହିଁ। ଗୋଟିଏ ବୋତଲ ବାସଭବନର ଆଗପଟେ ଓ ଆଉ ଗୋଟିଏ ବୋତଲ ଘରର ପଛପଟେ ପକାଇଥିଲେ ଦୁର୍ବୃତ୍ତ। ବାସଭବନ ଦାୟିତ୍ବରେ ଥିବା ଚୌକିଦାର ତୁରନ୍ତ ନିଆଁକୁ ଲିଭାଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅପରପକ୍ଷେ ରାଜ୍ୟ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ହେଇଥିବା ଭଙ୍ଗାରୁଜା ଓ ଅଗ୍ନିକାଣ୍ଡକୁ ନଜରରେ ରଖି ରାଜ୍ୟ ସରକାର ଶିଲଂରେ ୨ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ସକାଳ ୫ଟା ଯାଏଁ ଶିଲଂରେ କର୍ଫୁ କଟକଣା ରହିବ। ଏଥିସହିତ ୪ଟି ଜିଲ୍ଲରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ଏସବୁ ମଧ୍ୟରେ ମେଘାଳୟର ଗୃହ ମନ୍ତ୍ରୀ ଲଖନ ରିମ୍ବୁଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହିଂସା ମଧ୍ୟରେ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.