Odisha Link
Bridging the Missing Links in Odisha

ସେପ୍ଟେମ୍ବର ୩୦ ସୁଦ୍ଧା ୬୩,୫୦୦ ଶିକ୍ଷକ ପଦୋନ୍ନତି ଖସଡ଼ାପ୍ରସ୍ତୁତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାର ଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ୍‌ ଅନ୍ତର୍ଭୁକ୍ତ ହୋଇଯାଇଛି।

ଏଥିରେ ୩୨ ହଜାର ୪୪୭ଟି ବିଦ୍ୟାଳ ୟ ସାମିଲ ହୋଇଛି। ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି। ବହୁସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ‘ମୋ ସ୍କୁଲ’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ/ଇ-ଲାଇବ୍ରେରୀ/ଲାବୋରେଟୋରୀକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଭାବେ ଇ-କଣ୍ଟେଟ୍‌ ସମୃଦ୍ଧ କରାଯିବ। ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ସହ ମଧ୍ୟାହ୍ନ ଭୋଜନ ଏବଂ ରୋଷେଇ, ବଗିଚାର କାର୍ଯ୍ୟ ପ୍ରାୟ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଦାନ କରାଯିବ।

ସମସ୍ତ ବିଦ୍ୟାଳୟ କୋଠାରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବ । ଇତି ମଧ୍ୟରେ ପ୍ରାୟ ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛି । ତେଣୁ ସବୁଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଆଗାମୀ ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ଯେପରି ଶତପ୍ରତିଶତ ପିଲା ପାସ୍‌ ହେବେ ସେଥି ପାଇଁ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ଏକାଦଶ ଏବଂ ଦ୍ୱାଦଶ ବିଦ୍ୟାଳୟ ଓ ଗଣଶିକ୍ଷା । ବିଭାଗ ଅଧୀନ ରେ ଅଛି ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପ୍ରତିପାଳନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏଥି ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଆଗାମୀ ସେପେଫମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଇବେ। ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପ୍ରତିପାଳନ କରିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ନେଇ ନିୟମିତ ବୈଠକ କରାଯିବ । ଚଳିତ ବର୍ଷଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ଛାତ୍ରଛାତ୍ରୀମାନଙ୍କର ଜାତୀୟତାବୋଧ ପାଇଁ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ।

ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋଡିଙ୍ଗ ମାଧ୍ୟମରେ ସ୍କୁଲର ମୁଖ୍ୟ ସ୍ଥାନମାନଙ୍କରେ ଲଗାଇବେ । ଆଗାମୀ ସେପେଫମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)କୁ ମାଧ୍ୟମିକ ଶିକ୍ଷା ପର ଷି ଦ ଦ୍ୱାରା କରାଯିବ । ଏହାର ଯଥାର୍ଥ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ନିରନ୍ତର ଭାବରେ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ୟୁନିଟ୍‌ ଟେଷ୍ଟ କରାଯିବ। ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସ୍‌ଇଆର୍‌ଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନା କାଳରେ ପରୀକ୍ଷାମୂଳକ ଭାବେ ସେମାନଙ୍କ ବାସସ୍ଥାନ ନିକଟରେ ପଢ଼ା ଯାଉଛି। ଏହା ନିତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଛି। ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବେ। ମଧ୍ୟାହ୍ନ ଭୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଚାଉଳ ଉଠାଇବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ କାର୍ଯ୍ୟ ଦକ୍ଷତା ଗ୍ରୋଡିଙ୍ଗ ଇନ୍‌ଡେକ୍ସ (ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ। ଏହାଛଡ଼ା ଭିତ୍ତିଭୂମି ଏବଂ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଟଙ୍କା ଖୁବ୍‌ଶୀଘ୍ର ସଠିକ୍‌ ସମୟରେ ସଦୁପଯୋଗ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.