Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଭୁବନେଶ୍ବର: ପୁଣି ତେଜିଲା ଉତ୍କଳ ବିଶ୍ବବିଦ୍ୟାୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି। ମଙ୍ଗଳବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ର ମିଳିତ ଭାବେ ଏହି ପ୍ରସଙ୍ଗକୁ ପୁଣିଥରେ ଉପସ୍ଥାପିତ କରିଛନ୍ତି। କେବଳ ସେତିକି ନୁହେଁ ପ୍ଲାକାର୍ଡ଼ ଧରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦାବି ଉପସ୍ଥାପନା କରିଥିଲେ। ଏଥିସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ହୋଇଥିବା ବେଳେ ଏଥିପ୍ରତି ଧ୍ୟାନ ଦେବା ପାଇଁ କହିଛନ୍ତି ଛାତ୍ରଛାତ୍ରୀ ମାନେ।।

ବିଶ୍ୱବିଦ୍ୟାଳୟ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହୋଇଥବା ବେଳେ ଏଠାକୁ ଖାଲି ରାଜ୍ୟର ନୁହେ ଦେଶର କୋଣାନୁକୋଣରୁ ବି ଛାତ୍ରଛାତ୍ରୀ ପଢିବାକୁ ଆସିଥାନ୍ତି ।ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଗଲେ ନିଶ୍ଚିତ ଭାବେ ଅତ୍ୟାଧୁନିକ ଭିତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନ ର ସୁବିଧା ଛାତ୍ରଛାତ୍ରୀ ପାଇପାରିବେ ।ତେଣୁ କେନ୍ଦ୍ରସରକାର ଏହିଦିଗରେ ଧ୍ୟାନ ଦେବା ସହ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳରେ ମାନ୍ୟତା ଦିଅନ୍ତୁ ବୋଲି ବିଶ୍ୱବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ରଛାତ୍ରୀ ମାନେ କହିଛନ୍ତି। ରତନ କୁମାର ଦିଗଲ, ବିଶ୍ବରଞ୍ଜନ ଜେନା, ସୌରଭ ସୌଭାଗ୍ୟ, ରାଜେଶ ପରିଡ଼ା , ଗୋପବନ୍ଧୁ ଜେନାଙ୍କ ସମେତ ବହୁ ଛାତ୍ର ବିଶ୍ବବିଦ୍ୟାଳୟ ସମ୍ମୁଖରେ ନିବେଦନ କରିଛନ୍ତି।

Leave A Reply

Your email address will not be published.