Odisha Link
Bridging the Missing Links in Odisha

ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ ଓୱେସୀ, କହିଲେ…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଭୟରେ ଅଛନ୍ତି ଆଫଗାନବାସୀ। ଆଫଗାନିସ୍ତାନର ସ୍ଥିତି ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ନେଇ ଭାରତ ସମେତ ବିଶ୍ୱର ଅନେକ ଦେଶ ଚିନ୍ତା ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲମିନ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦେଶରେ ମହିଳା ବିରୋଧୀ ଅପରାଧକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଓୱେସୀ ହାଇଦ୍ରାବାଦରେ କହିଛନ୍ତି, “ଭାରତରେ ପ୍ରାୟ ୧୦ ପ୍ରତିଶତ ଝିଅଙ୍କ ମୃତ୍ୟୁ ୫ ବର୍ଷରୁ କମ ବୟସରେ ହୋଇଥାଏ। କିନ୍ତୁ ଚିନ୍ତା ଆଫଗାନିସ୍ତାନର। ଭାରତରେ ମହିଳାଙ୍କ ପ୍ରତି ଅନେକ ନିର୍ଯ୍ୟାତନା ହେଉଛି କିନ୍ତୁ କେନ୍ଦ୍ରକୁ ଆଫଗାନିସ୍ତାନ ମହିଳାଙ୍କ ଚିନ୍ତା।”

ଆଫଗାନିସ୍ତାନ ରାଜଧାନୀ କାବୁଲ ରାସ୍ତାରେ କୌଣସି ମହିଳା ନଜର ଆସୁନାହାନ୍ତି। ତାଲିବାନ କବଜା ପରେ ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ, ବିଶ୍ୱବିଦ୍ୟାଳୟ, ସରକାରୀ ଭବନ ଓ ପ୍ରାଇଭେଟ କ୍ରଯ୍ୟଳୟ ମଧ୍ୟ ବନ୍ଦ କରିଦିଆ ଯାଇଛି। ୧୯୯୬-୨୦୦୧ର ତାଲିବାନର ବର୍ବର ଶାସନରେ ମହିଳାଙ୍କୁ ଲଗାତାର ମାନବାଧିକାର ଉଲ୍ଲଙ୍ଘନ, ରୋଜଗାର ଓ ଶିକ୍ଷାରୁ ବଞ୍ଚିତ କରାଯାଇଥିଲା। ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯାଇଥିଲା। ଜଣେ ସମ୍ପର୍କୀୟ ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା।

Leave A Reply

Your email address will not be published.