Odisha Link
Bridging the Missing Links in Odisha

ରାଜ୍ୟରେ ଡବଲ ଡୋଜ୍ ଟିକା ନେଇ ୩୧ହଜାର ସଂକ୍ରମିତ

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର କମିଥିବା ବେଳେ ଡବଲ ଡୋଜ୍ ଟିକା ନେଇ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଟିକା ନେବା ପରେ ଲୋକମାନେ କୋଭିଡ ନିୟମ ମାନୁନାହାନ୍ତି ତେଣୁ ସଂକ୍ରମଣ ବୃଦ୍ଧି ପାଉଛି।

ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଦେଶରେ ବୁଷ୍ଟର ଡୋଜ୍ ଟିକା ଲୋକଙ୍କୁ ଦେବା ଆରମ୍ଭ ହେଲାଣି। ଆସନ୍ତା ବର୍ଷରୁ ଆମ ଦେଶର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଆବଶ୍ୟକତା ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି।

ବୁଷ୍ଟର ଡୋଜ୍ ଲୋକଙ୍କୁ ଦେବା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଆସିଲେ ଆମ ରାଜ୍ୟରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି କହିଛନ୍ତି।

Leave A Reply

Your email address will not be published.