Odisha Link
Bridging the Missing Links in Odisha

ରାହୁଲଙ୍କ ବିବାଦୀୟ ପୋଷ୍ଟ ବିରୁଦ୍ଧରେ ଆକ୍ସନ ନେଲା ଫେସବୁକ୍‌ ଓ ଇନଷ୍ଟାଗ୍ରାମ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ପୋଷ୍ଟ କରି ସରକାରଙ୍କୁ ଘେରିଥାନ୍ତି। ରାହୁଲଙ୍କ ପାଇଁ ତାଙ୍କର ପୋଷ୍ଟ ଓଲଟା ସାବ୍ୟସ୍ତ ହେଉଛି। ଆଜି ରାହୁଲ ଗାନ୍ଧୀଙ୍କ ବିବାଦୀୟ ପୋଷ୍ଟ ବିରୁଦ୍ଧରେ ଆକ୍ସନ ନେଇଛନ୍ତି ଫେସବୁକ୍‌ ଓ ଇନଷ୍ଟାଗ୍ରାମ।

ରାହୁଲଙ୍କ ବିବାଦୀୟ ପୋଷ୍ଟକୁ ହଟାଇଦେଇଛନ୍ତି ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ। ଜଣେ ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କୀୟଙ୍କ ସହିତ କଥା ହେଉଥିବାର ଫଟୋକୁ ରାହୁଲ ଗାନ୍ଧି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହା ଦୁଷ୍କର୍ମ ପୀଡିତାଙ୍କ ପାଇଁ ଅପମାନ ତଥା ତାଙ୍କର ମାନହାନୀ ହେଉଥିବାରୁ ମାଇକ୍ରୋ ବ୍ଳଗିଂ ସାଇଟ୍‌ ଟ୍ବିଟର, ରାହୁଲଙ୍କ ପୋଷ୍ଟକୁ ହଟାଇବା ସହ ତାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ୍‌ କରିଦେଇଥିଲା। ଏବେ ରାହୁଲ ଗାନ୍ଧିଙ୍କ ସେହି ପୋଷ୍ଟକୁ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ହଟାଇଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାକୁ ନେଇ ତୁମ୍ବିତୋଫାନ ହେବା ସହିତ ଦୋଷୀଙ୍କୁ ଗିରଫ କରିବା ପାଇଁ ଜୋରଦାର ପ୍ରତିବାଦ ହୋଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ କଥା ହେଉଥିବାର ଫଟୋକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିଲେ।

ରାହୁଲ ଗାନ୍ଧୀଙ୍କ ପୋଷ୍ଟକୁ ନେଇ ପ୍ରଥ​‌ମେ ଆକ୍ସନ୍‌ ନେଇଥିଲା ଟ୍ବିଟର। ପ୍ରଥମେ ଉକ୍ତ ବିବାଦୀୟ ଟ୍ବିଟକୁ ହଟାଯିବା ସହ ତାଙ୍କର ଆକାଉଣ୍ଟକୁ ମଧ୍ୟ ବ୍ୟାନ୍‌ କରିଦେଇଥିଲା ଟ୍ବିଟର। କେବଳ ରାହୁଲ ଗାନ୍ଧୀଙ୍କର ନୁହେଁ ବରଂ ୧୨ରୁ ଉର୍ଦ୍ଧ କଂଗ୍ରେସ ନେତାଙ୍କର ଆକାଉଣ୍ଟକୁ ବନ୍ଦ କରିଦେଇଥିଲା ଟ୍ବିଟର।

କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ବ୍ୟାନ୍‌ ଆଦେଶ ହଟାଯାଇଥିଲା। ବିବାଦୀୟ ପୋଷ୍ଟକୁ ହଟାଇବା ପାଇଁ ରାହୁଲଙ୍କୁ ଚେତାବନୀ ଦେଇଥିଲା ଫେସବୁକ୍‌। କିନ୍ତୁ ସେ ତାଙ୍କର ପୋଷ୍ଟକୁ ହଟାଇ ନଥିଲେ ଯାହା ଫଲରେ କି ଆଜି ଆକ୍ସନ ନେଇଛି କମ୍ପାନୀ।